କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ ।
ସେ
ରାଧା କୃଷ୍ଣଙ୍କ ପ୍ରେମଲୀଳା ଉପରେ ଆଧାରିତ ଶୃଙ୍ଗାରରସ ଭିତ୍ତିକ ଅନେକ କବିତା, କିଛି ଛାନ୍ଦ,
ଚଉପଦୀ, ଭକ୍ତି ସଙ୍ଗୀତ,
ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ସନ୍ଦେଶ ଗୀତିକା ସମେତ ବାତ୍ସଲ୍ୟ ରସ ମିଶ୍ରିତ କେତେକ କବିତା
ରଚନା କରିଥିଲେ ।
ସଙ୍ଗିନୀରେ ରାସ ରଙ୍ଗିନୀରେ' ତାଙ୍କ ରଚିତ ଲୋକପ୍ରିୟ
ରଚନା ମଧ୍ୟରୁ ଅନ୍ୟତମ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ
ଅନେକବାର ପ୍ରକାଶିତ ହୋଇଛି ।
ଜୀବନୀ
ଗୋପାଳକୃଷ୍ଣ ପଟ୍ଟନାୟକ ୧୭୮୪ ମସିହାରେ ଦକ୍ଷିଣ ଓଡ଼ିଶାର
ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କର ପିତାଙ୍କ ନାମ ବନବାସୀ ପଟ୍ଟନାୟକ ଓ ମାତାଙ୍କ ନାମ ଲଳିତା
ଦେଈ । ସେ ପ୍ରାୟ କୋଡ଼ିଏ ବର୍ଷ ବୟସରେ ହୀରା ଦେଈଙ୍କ ସହିତ ବିବାହ କରିଥିଲେ ।
ଗୋପାଳକୃଷ୍ଣ ପ୍ରଥମେ ପାରଳା ମହାରାଜାଙ୍କ ପାଖରେ ପାଞ୍ଜିଆ କରଣ
ହିସାବରେ କାମ କରୁଥିଲେ । ପରେ ତାଙ୍କର କବି ପ୍ରତିଭାର ପରିଚୟ ପାଇ ମହାରାଜା ତାଙ୍କୁ ନିଜ
ଦରବାରରେ ଏକ ସମ୍ମାନଜନକ ପଦବୀ ପ୍ରଦାନ କରିଥିଲେ ।
ରଚନାବଳୀ
ଗୋପାଳକୃଷ୍ଣ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ଅନ୍ୟତମ
ହୋଇଥିବାରୁ ତାଙ୍କର ରଚନାବଳୀ ବହୁ ଗବେଷକଙ୍କଦ୍ୱାରା ସଙ୍ଗୃହୀତ ହୋଇ ଅନେକ ଥର ତାଙ୍କ ରଚନାବଳୀ
ବା ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି ।
ସଙ୍ଗୀତ ସାଗର
ଏହାର ଛଅଟି ତରଙ୍ଗ ୧୮୮୯ରୁ ୧୯୦୩ ମସିହା ମଧ୍ୟରେ ପ୍ରକାଶିର ହୋଇଥିଲା
। ପ୍ରଥମ ତରଙ୍ଗ ଭୂମିକାରେ ସଂକଳନକାରୀ ଢେଙ୍କାନାଳର ଦାମୋଦର ପଟ୍ଟନାୟକ ଲେଖିଛନ୍ତି-
"ଆମ୍ଭେ ଅନେକ ଯତ୍ନ ଓ ପରିଶ୍ରମ ସହକାରେ କବିସୂର୍ଯ୍ୟ, ଉପେନ୍ଦ୍ର ଭଞ୍ଜ, ବନମାଳୀ, ରାମକୃଷ୍ଣ ଓ
ଗୋପାଳକୃଷ୍ଣ nkaraa ଯେଉଂ ସବୁ
ଉତ୍କୃଷ୍ଟ ଗୀତ ସଂଗ୍ରହ କରିଅଛୁଁ, ତହିଁ ମଧ୍ୟରୁ ଏକଶତ ଗୀତ ପ୍ରଥମ ତରଙ୍ଗରେ ପ୍ରକାଶିତ
ହେଲା
ଚଉପଦୀ ଚନ୍ଦ୍ରୋଦୟ
ପଣ୍ଡିତ ଗୋବିନ୍ଦ ରଥ
1895 re sankalita kari prakasita karithile.
ଏଥିରେ ଅନ୍ୟାନ୍ୟ କବିଙ୍କ ଚଉପଦୀ ସହ ଗୋପାଳକୃଷ୍ଣଙ୍କ ଚଉପଦୀ ସ୍ଥାନ
ପାଇଛି ।
ଗୋପାଳକୃଷ୍ଣ କୋଇଲି
ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା ।୧୮୯୫ re ପଦ୍ମନାଭ ନାରାୟଣ ଦେବଙ୍କଦ୍ୱାରା
ସଂଶୋଧିତ ହୋଇଥିଲା ।
ଗୋପାଳକୃଷ୍ଣ ସଙ୍ଗୀତ
୧୯୧୩ re ଶ୍ୟାମସୁନ୍ଦର
ରାଜଗୁରୁ, ରଘୁନାଥ ପରିଛା ଙ୍କଦ୍ୱାରା ସଂଶୋଧିତ
ହୋଇଥିଲା ।
ଗୋପାଳକୃଷ୍ଣ ପଦାବଳୀ
୧୯୧୯ re ୩୦୭ ଗୋଟି ଗୀତ
ସଂକଳିତ ହୋଇ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପୃଷ୍ଠପୋଷକତାରେ
ପ୍ରକାଶିତ ହୋଇଥିଲା ।
ଗୋପାଳକୃଷ୍ଣ ପଦ୍ୟାବଳୀ
୧୯୪୯ re କୃପାସିନ୍ଧୁ
ନରେନ୍ଦ୍ର ଦେବଙ୍କଦ୍ୱାରା ସମ୍ପାଦିତ ଓ ବ୍ରହ୍ମପୁରର ସୀମାଦ୍ରି ପଣ୍ଡାଙ୍କଦ୍ୱାରା ପ୍ରକାଶିତ ।
ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦାବଳୀ
ଏଥିରେ ୬୧୯ ଗୋଟି ସଙ୍ଗୀତ ସଂକଳିତ ହୋଇଛି । ପାରଳାଖେମୁଣ୍ଡିର
ଖାରଡ଼ା ଗ୍ରାମରେ ଥିବା ରାଧାକାନ୍ତ ମଠର ମହନ୍ତ ବାବାଜୀ ଗୋପାଳ ଦାସଙ୍କ ଠାରୁ ପ୍ରାୟ ୩୦୦
କବିତା ସଂଗ୍ରହ କରି ବୈଷ୍ଣବ ଚରଣ ଏଥିରେ ସନ୍ନିବେଶିର କରିଥିଲେ ।
0 comments:
Post a Comment
Thank You