ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ,
ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ
ହୋଇଥିଲା ।
ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ
ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ବ୍ୟକ୍ତିଗତ ଜୀବନ
ଗୋପାଳ ଚନ୍ଦ୍ର
ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୯ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ
ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପ୍ରହରାଜ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ।
ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା ବିଭାଗରେ ଅଧ୍ୟୟନ
କଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ପାଠ ଅଧ୍ୟୟନ କରି ୧୯୦୨ ମସିହାରେ
ଓକିଲ ହୋଇଥିଲେ । ସେ ମଧୁବାବୁଙ୍କ ଅଧିନରେ ଓକିଲାତି
ବ୍ୟବସାୟ କରୁଥିଲେ ।
ସେ ସରକାରୀ ଓକିଲ
ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା ।
ଭାଷାକୋଷ ପ୍ରସ୍ତୁତିରେ ଏହି ରୋଜଗାରରୁ ସଞ୍ଚିତ ସବୁ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା ।
ପ୍ରହରାଜଙ୍କ ପତ୍ନୀଙ୍କ ନାମ ଥିଲା ମୁକ୍ତାମଣି ।
ପ୍ରହରାଜ ନିଜ
ବିଧବା ଶାଳୀ ପିତାମ୍ବରୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ ଭାଷାକୋଷ ଲେନ୍ ଭାବରେ ପରିଚିତ । ୧୯୪୫
ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଲେଖକ ଜୀବନୀ
ଶ୍ରୀ ପ୍ରହରାଜ
୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ
ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି
ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା ।
ସେ ଫକୀର ମୋହନ ସେନାପତିଙ୍କ ପଥକୁ ଅନୁସରଣ କରୁଥିଲେ ଏବଂ ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ
ଏକ ଉଲ୍ଲେଖନୀୟ ଉନ୍ନତୀ କରାଇଥିଲେ । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସହିତ
ହିନ୍ଦୁସ୍ଥାନୀ, ପାରାସି, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର
ମିଶ୍ରଣ ଦେଖିବାକୁ ମିଳେ ।]
ଜୀବନର ଶେଷ ଯାଏ
ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ରଚନା ଶେଷ କରିବା ପାଇଁ ସେ ପାଖାପାଖି ୩୦ ବର୍ଷ ନେଇଥିଲେ ।
ରଚନାବଳୀ
·
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ:
ପୁର୍ଣ୍ଣଚନ୍ଦ୍ର
ଓଡ଼ିଆ ଭାଷାକୋଷ ୧୯୩୦ରୁ ୧୯୪୦ ଭିତରେ ପ୍ରକାଶିତ ଏକ ବିଶାଳ ୭ ଖଣ୍ଡ ଓ ୯୫୦୦ ପୃଷ୍ଠାର ଓଡ଼ିଆ
ଭାଷାକୋଷ ଯାହା ମୁଖ୍ୟତଃ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର କେତେଜଣ ସହକର୍ମୀଙ୍କ ପ୍ରଚେଷ୍ଟା
ଓ କେତେବର୍ଷର କଠିଣ ପରିଶ୍ରମରୁ ତିଆରି ହୋଇଥିଲା । ଏହା ଥିଲା ପ୍ରଥମ ଓଡ଼ିଆ ଭାଷାକୋଷ ।
ଗୋପାଳ ଚନ୍ଦ୍ର ପ୍ରହରାଜ କେବଳ ଏଥି ନିମନ୍ତେ ଶବ୍ଦ ଖୋଜିବା ଓ ଏହାର
ସମ୍ପାଦନା କରିନଥିଲେ, ସେ ଏହା ପାଇଁ ସର୍ବସାଧାରଣ ଅନୁଦାନ ଓ ଛପା ଖର୍ଚ ମଧ୍ୟ ବହନ କରିଥିଲେ
।
ବିଶେଷତା
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓଡ଼ିଆ ଭାଷାର ୧,୮୫,୦୦୦ଟି ଶବ୍ଦରେ ଭରା
। ଏଥିରେ ଶବ୍ଦର ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା
ଅର୍ଥ ମଧ୍ୟ ଅଛି । ତାହା ସହିତ ନାନାଦି ବର୍ଣ୍ଣନା ଓ ପୁରାଣରେ ବ୍ୟବହାର ମଧ୍ୟ ଏଥିରେ ଅଛି ।
ଏଥିରେ ସ୍ଥାନୀୟ ଗଛଲଟା, ଓଡ଼ିଶାର ଇତିହାସ, ଖାଦ୍ୟ ଓ ଚଳଣି
ସମ୍ପର୍କରେ ଅନେକ ଲେଖା ସବିଶେଷ ବର୍ଣ୍ଣନା ସହ ଦେଖିବାକୁ ମିଳିଥାଏ ।
·
ଭାଗବତ ଟୁଙ୍ଗୀରେ ସନ୍ଧ୍ୟା
·
ବାଇ ମାହାନ୍ତି ପାଞ୍ଜି
·
ଦୁନିଆର ହାଲଚାଲ
·
ନନାଙ୍କ ବସ୍ତାନି
·
ଆମ ଘରର ହାଲଚାଲ
0 comments:
Post a Comment
Thank You