Bigraphy Of Gangadhar Meher ଗଙ୍ଗାଧର ମେହେର

 

                             ଗଙ୍ଗାଧର ମେହେର

ଗଙ୍ଗାଧର ମେହେର , ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ ।



 ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।

୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।  ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।

ଓଡ଼ିଆ ସାହିତ୍ୟରେ ପ୍ରବେଶ

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଅନ୍ୟତମ।

ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। [୬]ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

ସାହିତ୍ୟ ସର୍ଜନା

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

 Tanka Rachita କାବ୍ୟ

·         ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)

·         ଉତ୍କଳ ଲକ୍ଷ୍ମୀ (୧୮୯୪)

·         କୀଚକ ବଧ (୧୯୦୩)

·         ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)

·         ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)

·         ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)

·         ମହିମା

·         କବିତା କଲ୍ଲୋଳ

·         ଅଯୋଧ୍ୟା ଦୃଶ୍ୟ

·         ବଳରାମଦେବ

·         ପଦ୍ମିନୀ (ଶେଷ କୃତି)

କବିତ

·         ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)

·         ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)

o    ଭକ୍ତି

o    ଅମୃତମୟ

o    ମଧୁମୟ

·         ମାତୃଭୂମି

·         ଅର୍ପଣ

·         ଆଶ୍ରମେ ପ୍ରଭାତ

·         ଉତ୍କଳ-ଲକ୍ଷ୍ମୀ

·         [ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ]

·         ଭାରତୀ ଭାବନା

·         ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର

·         ମହାଜନ

·         ସୁଭାବ ଓ ସ୍ୱଭାବ

·         ଉତ୍କଳ ଭାରତୀଙ୍କ ଉକ୍ତି

·         ନର ଓ ମୟୂର

·         ଭରସା

·         ମଧୁପର ମଧୁଭିକ୍ଷା

·         ଧନପ୍ରତି

·         ବସନ୍ତ ବ୍ରତ

SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 comments:

Post a Comment

Thank You