ଗୋଦାବରୀଶ ମହାପାତ୍ର
ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ
ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା
ପ୍ରଭାବିତ ଜଣେ କବି,
ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର
ପ୍ରସିଦ୍ଧ ।
ଜୀବନ କାଳ
ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ
ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମ ନେଇଥିଲେ ।
ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ
ଦେଶସେବା ପାଇଁ ଉତ୍ସାହିତ କରିଥିଲା ।
୧୯୨୮ରେ ସେ ଶଶି ଭୂଷଣ
ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।
ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ଗାଳ୍ପିକ ।
ତାଙ୍କ ସମ୍ପାଦିତ
ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ
କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା ।
ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ ।
ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ
ଦେଇ ପ୍ରକାଶ କରିଛନ୍ତି ।
ରଚନାବଳୀ
ଉପନ୍ୟାସ
ରକ୍ତପାତ-୧୯୩୦
ବିଦ୍ରୋହ-୧୯୩୮
ବନ୍ଦୀର ମାୟା-୧୯୩୪
ବୀର ଯୁବକ-୧୯୩୬
ରାଜଦ୍ରୋହୀ-୧୯୨୫
ପ୍ରେମପଥେ-୧୯୩୨
ଗପ
ଇଶ୍ୱରଙ୍କ ପାଖକୁ ଚିଠି
ଏବେ ମଧ୍ୟ ବଞ୍ଚିଛି
କଥା କାହାଣୀ
ଗରିବର କାହିଁକି
ମାଗୁଣିର ଶଗଡ଼
ହେ ମୋର କଲମ
ହାଣ୍ଡିଶାଳରେ ବିପ୍ଲବ
ମୁଁ ଦିନେ ମନ୍ତ୍ରୀ ଥିଲି
ପଟ୍ଟନାୟକେ ପଇସାଟିଏ
ନୀଳମାଷ୍ଟ୍ରାଣି
ପଲ୍ଲୀଛାୟା(୧୯୩୨)
କବିତା
ବଙ୍କା ଓ ସିଧା
କଣ୍ଟା ଓ ଫୁଲ
ବାଣପୁର (୧୯୧୮)
ପ୍ରଭାତ କୁସୁମ (୧୯୧୮)
ଉଠ କଙ୍କାଳ
ସମ୍ପାଦନା
ଆଶା
ନିଆଁଖୁଣ୍ଟା (ଲେଖକ, ସମ୍ପାଦକ, ପ୍ରକାଶକ)
ସହ-ସମ୍ପାଦନା
ଉତ୍କଳ ହିତୈଷିଣୀ
ସମାଜ
ଲୋକମୁଖ
ପୁରୀବାସୀ
ସମ୍ମାନ ଓ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୬: 'ବଙ୍କା ଓ ସିଧା' ପାଇଁ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଦୁଇଥର)
୧୯୫୯ (କଣ୍ଟା ଓ ଫୁଲ ନିମନ୍ତେ)
୧୯୬୨ (ଉଠ କଙ୍କାଳ ନିମନ୍ତେ)
0 comments:
Post a Comment
Thank You