କାଳିନ୍ଦୀ ଚରଣ ପାଣିଗ୍ରାହୀ ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗ ନାମରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା ।
ଜୀବନୀ
କାଳିନ୍ଦୀ ଚରଣ
ପାଣିଗ୍ରାହୀ ଓଡ଼ିଶାର ପୁରୀ ଜିଲ୍ଲାର
ବିଶ୍ୱନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା
ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଜଣେ ଆଇନଜୀବି ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ ।
ପୁରୀରେ ହିଁ କାଳିନ୍ଦୀ ଚରଣ ନିଜର ବାଲ୍ୟଜୀବନ ଓ
ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ସମାପ୍ତ କରି, ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ । ସେ ୧୯୯୧ ମେ ୧୫ ତାରିଖରେ ଦେହ ତ୍ୟାଗ କରିଥିଲେ ı
ସାହିତ୍ୟ ସର୍ଜନା
ରେଭେନ୍ସା
ମହାବିଦ୍ୟାଳୟରେ ପଢିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର
ପଢିବା ସମୟରେ, ସେ "ନନସେନ୍ସ କ୍ଳବ" ଗଠନ କରିଥିଲେ ।
ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା "ଉତ୍କଳ
ସାହିତ୍ୟ" ପତ୍ରିକାରେ "ବାସନ୍ତୀ" ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ
ପ୍ରକାଶ କରୁଥିଲେ ।
ଏହି ସମୟରେ "ସବୁଜ ଗୋଷ୍ଠୀ"ର ମୁଖପତ୍ର
"ଯୁଗବୀଣା"ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ
ସମୟରେ, ବାଲେଶ୍ୱରରୁ ପ୍ରକାଶ ପାଉଥିବା
ଏକ ଇଂରାଜୀ ଓ ତାଙ୍କ ନିଜ
ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ ।
କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା
ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା ।
ତାଙ୍କ ଲେଖାରେ
ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର
ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ
ତାଙ୍କ ସାହିତ୍ୟ ସ୍ୱର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ
ପରିଚିତ ।
କବିତ
·
ଯାଦୁଘର
·
ପୁରୀ ମନ୍ଦିର
·
ମହାଦୀପ
·
ଆଗାମୀ
·
କ୍ଷଣିକ ସତ୍ୟ
·
ମୋ କବିତା
·
ଛୁରିଟିଏ ଲୋଡା
·
ଗାନ୍ଧାରୀର ଆଶୀର୍ବାଦ
·
କିଏ ଶଳା ସଇତାନ୍
·
ମୋ ବାଣୀ
ଉପନ୍ୟାସ
·
ମାଟିର ମଣିଷ : ଗ୍ରାମ୍ୟ ଜୀବନରେ
ଦୁଇ ଜା' ଭିତରେ କଳହ ଓ ଭାଇ ଭଗାରି ଭାଗ ବଣ୍ଟା ଇତ୍ୟାଦି ଏହି
ଉପନ୍ୟାସଟିର ମୁଖ୍ୟ ବିଷୟ ବସ୍ତୁ । ଏହି ଉପନ୍ୟାସଟି ୧୯୬୬ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ଏକ କଥାଚିତ୍ର ରୂପେ ଆସିଥିଲା ।
·
ଲୁହାର ମଣିଷ
·
ଆଜିର ମଣିଷ
·
ଅମରଚିତା
·
ଅମରାବତୀ
·
ମୁକ୍ତାଗଡ଼ର କ୍ଷୁଦ୍ଧା
କ୍ଷୁଦ୍ରଗଳ୍ପ
·
ଦ୍ୱାଦଶୀ
·
ରାଶିଫଳ
·
ଶେଷ ରଶ୍ମୀ
·
ସାଗରିକା
·
ମୋ କଥା ସରିନାହିଁ
ନାଟକ
·
ପଦ୍ମିନୀ
·
ପ୍ରିୟଦର୍ଶୀ
·
ସୌମ୍ୟା
ଜୀବନୀ
·
ଭକ୍ତକବି ମଧୁସୂଦନ
·
କର୍ମବୀର ଗୌରୀଶଙ୍କର
ପ୍ରବନ୍ଧ
·
ସାହିତ୍ୟ ସମାଚାର
·
ସାହିତ୍ୟିକ
·
ନେତୃତ୍ୱ ଓ ନେତୃତ୍ୱ
ଆତ୍ମଜୀବନୀ
·
ଯାହା ଅଙ୍ଗେ ନିଭେଇଛି
ପୁରସ୍କାର
·
ପଦ୍ମଭୂଷଣ ପୁରସ୍କାର
0 comments:
Post a Comment
Thank You