Biography Of Utklamani Gopabandhu Das ଉତ୍କଳମଣି ଗୋପବନ୍ଧୁ ଦାସ

                              ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭ - ୧୭ ଜୁନ ୧୯୨୮) ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଥିଲେ । ସେ ଦୈନିକ ଓଡ଼ିଆ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ



ପ୍ରାରମ୍ଭିକ ଜୀବନ

ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସ୍କୁଲ Sikhya

ମାତାଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ  ସେ ଦେଶସେବା ବାବଦରେ ଶିକ୍ଷା ପାଇଥିଲେ । ୧୨ ବର୍ଷ ବୟସରେ ବିବାହ କରି ତାହା ପରେ ମଧ୍ୟ ସେ ପାଠପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ ।

ସମାଜସେବା

ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ ।

ସତ୍ୟବାଦୀ ବନ ବିଦ୍ୟାଳୟ

ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ । ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖାମାନେ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

 

 

 

ଓଡ଼ିଆ ଭାଷା ଆନ୍ଦୋଳନ

କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ । ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ" । ସେ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ । ସେ ୧୯୦୩ରେ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗନେଇଥିଲେ । ଏହି ଆନ୍ଦୋଳନ କ୍ରମେ ତୀବ୍ର ହୋଇ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା ।

କଲେଜ sikhya

ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ ତାହାପରେ କଲିକତାରେ ବିଏଲ ପଢ଼ିଲେ ।

କଲିକତାରେ ଶ୍ରମିକ ପାଇଁ କାର୍ଯ୍ୟ

କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ "ଓଡ଼ିଆ ଶ୍ରମିକ ସଂଘ" ଓ "ସାନ୍ଧ୍ୟ ବିଦ୍ୟାଳୟ" ପ୍ରତିଷ୍ଠା କରିଥିଲେ ।

ପରିବାର

ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ  ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା । କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେପରେ ସେ ବିଏଲ ପାସ କରିବା ଖବର ପାଇବା ଦିନ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସମାଜ ସମ୍ବାଦପତ୍ର

ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ ।[୬] ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ସମାଜର ପ୍ରଥମ ସମ୍ପାଦକୀୟରେ ସେ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନାକରିଥିଲେ । ୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ ।

ସାହିତ୍ୟ ରଚନା

କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲା । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।[୭] ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ ।

·         ଅବକାଶ ଚିନ୍ତା (୧୮୯୯)

·         କାରାକବିତା

·         ବନ୍ଦୀର ଆତ୍ମକଥା

·         ଧର୍ମପଦ

·         ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ

·         ଗୋମାହାତ୍ମ୍ୟ

·         ଓଡ଼ିଆର ଜାତୀୟତା 

·         ଲୋକସେବକ ମଣ୍ଡଳରେ ସଦସ୍ୟତା

·         ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣକରିଥିଲେ । ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

·         ରାଜନୀତିରେ ଅଂଶଗ୍ରହଣ

·         ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।

·         ମୃତ୍ୟୁ

·         ୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଏହାପରେ ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ ।

SHARE

Milan Tomic

Hi. I’m Designer of Blog Magic. I’m CEO/Founder of ThemeXpose. I’m Creative Art Director, Web Designer, UI/UX Designer, Interaction Designer, Industrial Designer, Web Developer, Business Enthusiast, StartUp Enthusiast, Speaker, Writer and Photographer. Inspired to make things looks better.

  • Image
  • Image
  • Image
  • Image
  • Image
    Blogger Comment
    Facebook Comment

0 comments:

Post a Comment

Thank You